ଗୀତ ୮୯
ଶୁଣି ଅନୁକରଣ କର
-
୧. ଯଦି, ଶୁଣିବା ଖ୍ରୀଷ୍ଟଙ୍କର କଥା,
ଆମେ ବି ତାହାଙ୍କ ପରି ହେବା ।
ସତ୍ୟର ଉଜ୍ୱଳ ପଥରେ ଚାଲି,
ହେବା ଯେ ଆମେ ତାଙ୍କ ସନ୍ତାନ ।
(କୋରସ)
ଆସ କାର୍ଯ୍ୟ କରିବା,
ଯାହା, କହେ ଯିହୋବା ।
ପାଇବା ଆଶୀର୍ବାଦ ଅଶେଷ,
କଲେ ଅନୁକରଣ ।
-
୨. ଯଦି, ଶୁଣିବା ଖ୍ରୀଷ୍ଟଙ୍କର କଥା,
ଭାବନା ଦୃଢ଼ ହେବ ଆମର ।
ଜୀବନରେ ଆସେ ଯେତେ ବି ଝଡ଼,
ଝୁଣ୍ଟିବାନି କେବେ ଜୀବନରେ ।
(କୋରସ)
ଆସ କାର୍ଯ୍ୟ କରିବା,
ଯାହା, କହେ ଯିହୋବା ।
ପାଇବା ଆଶୀର୍ବାଦ ଅଶେଷ,
କଲେ ଅନୁକରଣ ।
-
୩. ଯଦି, ଶୁଣିବା ଯିହୋବାଙ୍କ କଥା,
ହେବା ଫଳବନ୍ତ ବୃକ୍ଷ ପରି ।
କରି ମନରେ ସତ୍ୟର ଅମଳ,
ସଦା ଖୁସିରେ ରହିବା ଆମେ ।
(କୋରସ)
ଆସ କାର୍ଯ୍ୟ କରିବା,
ଯାହା, କହେ ଯିହୋବା ।
ପାଇବା ଆଶୀର୍ବାଦ ଅଶେଷ,
କଲେ ଅନୁକରଣ ।
(ଦ୍ୱିବି. ୨୮:୨; ଗୀତ. ୧:୩; ହିତୋ. ୧୦:୨୨; ମାଥି. ୭:୨୪-୨୭; ଲୂକ ୬:୪୭-୪୯ ମଧ୍ୟ ଦେଖନ୍ତୁ ।)